ହରିୟାଣାରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ୍ ଅବଧି

ହରିୟାଣା, (ଓଡିଶା ଟାଇମ୍): କରୋନାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ରଣନୀତି ଗ୍ରହଣ କରାଯାଉଛି । କୌଣସି ସ୍ଥାନରେ ଲକଡାଉନ୍ ଖୋଲାଯାଉଛି, ତ ଆଉଁ କେଉଁଠି ଜାରି ରହିଛି ପ୍ରତିବନ୍ଧକ । ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଲକଡାଉନ ଅବଧିକୁ ପୁଣି ବଢାଇଛନ୍ତି । ଜୁନ୍ ୭ ଯାଏଁ ଏହି ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ତେବେ ଏହି ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।

ଅଡ ଇଭନ ଫର୍ମୂଲାରେ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଦୋକାନଗୁଡ଼ିକ ବର୍ତ୍ତମାନ ସକାଳ ୯ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୋକାନୀମାନେ ଏହି ଅଡ ଇଭନ ଫର୍ମୂଲାକୁ ଅନୁସରଣ କରି ଦୋକାନ ଖିୋଲିବେ । ଯଦି ଆମେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଷୟରେ ଆଲୋଚନା କରିବା, ତେବେ ଆଗାମୀ ୧୫ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ତେବେ ପୂର୍ବଭଳି ରାତିରେ କର୍ଫ୍ୟୁ ମଧ୍ୟ ଜାରି ରହିବ । | ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସୂଚନା ଥାଉକି, ବର୍ତ୍ତମାନ ଉତ୍ତରପ୍ରଦେଶରେ ହରିୟାଣା ସରକାର କରୋନାରେ ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଲାଳନ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ସିଏମ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ “ହରିୟାଣାରେ କରୋନା ମହାମାରୀ ହେତୁ ଅନାଥ ପିଲାଙ୍କ ପ୍ରତିପୋଷଣ ପାଇଁ ଆର୍ଥିକ ସହାୟତା ମୁଖମନ୍ତ୍ରି ବାଲ ସେବା ଯୋଜନା’ ମାଧ୍ୟମରେ କରାଯିବ ।

Leave a Reply

Your email address will not be published. Required fields are marked *