କରୋନାରେ ପରିବାରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁ ହେଲେ କେନ୍ଦ୍ର ସରକାର ଦେବେ ଫ୍ୟାମିଲି ପେନସନ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ରରେ ବିଜେପି ସରକାରର ୭ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନେକ ବଡ଼ ଘୋଷଣା କରିଛନ୍ତି। କୋଭିଡ-୧୯ ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଅସ୍ତବ୍ୟସ୍ତ କରି ରଖିଛି। ଏଥିରେ ଦେଶର ପ୍ରତ୍ୟେକ କୋଭିଡ-୧୯ ପ୍ରଭାବିତ ପରିବାରଙ୍କ ସହ ତାଙ୍କ ସରକାର ଛିଡା ହୋଇଥିବା ମୋଦି ଘୋଷଣା କରିଛନ୍ତି। ଯଦି କରୋନାରେ କୌଣସି ପରିବାରର ମୁଖ୍ୟ ଆୟକାରୀଙ୍କ ପରଲୋକ ହୁଏ ଏଥିରେ ତାଙ୍କ ସରକାର ଆଶ୍ରିତଙ୍କ ପରିବାରକୁ ଫ୍ୟାମିଲି ପେନସନ୍‌ ଦେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

କେବଳ ଏତିକି ନୁହେଁ ଆଶ୍ରିତଙ୍କ ଲାଗି ପେନସନ ବ୍ୟତୀତ କୋଭିଡ-୧୯ ପ୍ରଭାବିତ ପରିବାରଙ୍କ ଲାଗି ତାଙ୍କ ସରକାର ଉଦାରିକୃତ ବୀମା କ୍ଷତିପୂରଣ ମଧ୍ୟ ସୁନିଶ୍ଚିତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି ପରିବାରଙ୍କ ଆର୍ଥିକ ସମସ୍ୟା କମ୍‌ କରିବା ଲାଗି ସରକାର ସବୁମନ୍ତେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଏଥିରେ ଘରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁରେ ପାରିବାରିକ ପେନସନ୍‌ ଯେପରି ତାଙ୍କ ମୋଟ ଆୟର ୯୦ ପ୍ରତିଶତ ମିଳିପାରିବ ସେଥିପାଇଁ ତାଙ୍କ ସରକାରଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲିମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତରେ ପ୍ରଥମେ କରୋନା ଭାଇରସ ମହାମାରୀ ୨୦୨୦ରେ ସଂକ୍ରମଣ ହୋଇଥିଲା। ପରିସ୍ଥିତି ସ୍ୱଭାବିକ ହୋଇ ଆସୁଥିବା ବେଳେ ଗତ ଫେବୃଆରୀ ମଧ୍ୟ ସପ୍ତାହରୁ ଦ୍ୱିତୀୟ ଲହର ସମସ୍ତଙ୍କ ଅଜାଣତରେ ଦେଶକୁ ଆସି ଯିବା ପରିସ୍ଥିତିକୁ ଦାରୁଣ କରିଛି। ଭୂତାଣୁ ଆକ୍ରାନ୍ତ ନାନା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚିକିତ୍ସାରେ ଅକ୍ସିଜେନ ସଂକଟ ମଧ୍ୟ ଗୁରୁତର ହୋଇଥିଲା। କେଉଁଠି ହସ୍ପିଟାଲରେ ବେଡ ନ ପାଇ ଲୋକେ ପ୍ରାଣ ହରାଇଛନ୍ତି ତ କେଉଁଠି ଆକ୍ରାନ୍ତଙ୍କୁ ଅକ୍ସିଜେନ ବାଣ୍ଟିକି ଦେବାକୁ ପଡିଛି।

Leave a Reply

Your email address will not be published. Required fields are marked *