ଆଜି ମନ୍ତ୍ରୀ ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍): ଶନିବାର ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅପରାହ୍ନ ୫.୩୦ ମିନିଟରେ ମନ୍ତ୍ରୀ ପରିଷଦ ବୈଠକ ବସିବ।
ଦୁଇବର୍ଷ ତଳେ ମେ ମାସ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ।ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବୈଠକ କରାଯାଇଛି।କରୋନା ମୁକାବିଲା ରାଜ୍ୟରେ ଜାରି ରହିଛି।ଅନ୍ୟପଟେ ଉତ୍ତର ଓଡ଼ିଶା ବାତ୍ୟା ୟସ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି।
ବର୍ତ୍ତମାନ ରାଜ୍ୟ ବାତ୍ୟ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ବନ୍ୟା ମୁକାବିଲା ରିଲିଫ କାର୍ଯ୍ୟ ଜାରି ରହିଛି।ତେଣୁ ଆଗାମୀ ଦିନରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି ।











