ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ବର ,(ଓଡିଶା ଟାଇମ୍): ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଗୁଡିକ ମଧ୍ୟ ଜୁନ୍ ପହିଲାରୁ ଖୋଲିବାକୁ ଅନୁମତି ଦି‍ଆଯାଇଛି ।

ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ମେ ୩୧ରେ ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଶିକ୍ଷାନୁଷ୍ଠାନ ଖୋଲିବାକୁ ଚିଠି ଦର୍ଶାଇଛନ୍ତି ଉଚ୍ଚଶିକ୍ଷା ସଚିବ । ଏପ୍ରିଲ୍ ୧୬ ଓ ୨୬ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ଆଜି ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ। ତେବେ ଆଜି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ତାରିଖରେ ଶେଷ ହେଉଛି ।

Leave a Reply

Your email address will not be published. Required fields are marked *