ରାଜ୍ୟର ୩ ଜିଲାରେ ନୂଆ କୋଭିଡ ହସ୍ପିଟାଲ – ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ୩ ଜିଲା ସୁନ୍ଦରଗଡ, ସମ୍ବଲପୁର ଓ ଅନୁଗୁଳରେ ନୂଆ କୋଭିଡ ହସ୍ପିଟାଲ ହେବ। ରାଜ୍ୟ ସରକାର ସମ୍ବଲପୁରରେ ନୂତନ କୋଭିଡ ହସ୍ପିଟାଲ ନର୍ମାଣ କରିବେ। ଏହା ଏକ ବିକାଶ ସିଟି ହସ୍ପିଟାଲ ହେବ। ସମ୍ବଲପୁରରେ ନିର୍ମାଣ ହେବାକୁ ଯାଉଥିବା କୋଭିଡ ହସ୍ପିଟାଲରେ ୮୦ଟି ଏଚଡିୟୁ, ୨୦ଟି ଆଇସିୟୁ, ୧୦ଟି ଭେଣ୍ଟିଲେଟର ଶଯ୍ୟାର ଚିକିତ୍ସା ସୁବିଧା କରାଯିବ।

ଏହାସହ ସୁନ୍ଦରଗଡରେ ୨୦ଟି ସାଧାରଣ ଶଯ୍ୟା,୩୦ଟି ଆଇସିୟୁ ଶଯ୍ୟା ନୂଆ ହେବ। ଅନୁଗୁଳ ଜିଲାର ତାଳଚେରରେ ଆଇସିୟୁ ୧୦ ରୁ ୩୦ ଓ ଅକ୍ସିଜେନ ଶଯ୍ୟା ୪୦ ରୁ ୧୦୦କୁ ବୃଦ୍ଧି କରାଯାଇଛି। ଏନେଇ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *