କରୋନା ନେଲା ଆଉଜଣେ ରାଜନେତାଙ୍କ ଜୀବନ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଗୋଟିଏ ଦିନ ପାଇଁ ରାଜ୍ୟ ଶୋକର ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ପାହାଡିଆଙ୍କ ପରଲୋକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ଶୋକ ପ୍ରକାଶ କରିଛନ୍ତି।

ଗେହଲୋତ୍ ଟୁଇଟ୍ କରି କହିଛନ୍ତି, ‘ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା କେନ୍ଦ୍ର ମନ୍ତ୍ରୀ ଭାବରେ ଦୀର୍ଘ ଦିନ ଧରି ଦେଶ ସେବା କରିଥିଲେ, ସେ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ। ‘

ସେ ଆହୁରି ଲେଖିଛନ୍ତି, ‘ଆରମ୍ଭରୁ ତାଙ୍କର ମୋ ପ୍ରତି ବହୁତ ଭଲପାଇବା ଥିଲା, ତାଙ୍କ ବିୟୋଗ ଯୋଗୁଁ ମୋର ବ୍ୟକ୍ତିଗତ କ୍ଷତି ହୋଇଛି।’ ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁସାରେ, ମେ ୨୦ (ଗୁରୁବାର) ମଧ୍ୟାହ୍ନ ୧୨ ଟାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ହେବ;, ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତକୁ ନେଇ ଶୋକ ପାଳନ କରାଯିବ । ପାହାଡ଼ିଆଙ୍କ ସମ୍ମାନାର୍ଥେ ଏକ ଦିନର ରାଜ୍ୟ ଶୋକ ଦିବସ ଅନୁଷ୍ଠିତ ହେବ ଏବଂ ଜାତୀୟ ପତାକା ଅର୍ଦ୍ଧନମିତ ରହିବ, ମେ ୨୦ରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବନ୍ଦ ରହିବ । ରାଜ୍ୟ ସମ୍ମାନରେ ପାହାଡିଆଙ୍କ ଶବଦାହ କରାଯିବ।

Leave a Reply

Your email address will not be published. Required fields are marked *