ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ ପାଇଁ ଆଶ୍ଵସ୍ତିକର ଖବର ଯେ, ଗତ ତିନି ଦିନ ହେବ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୦୨୪୨ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୩୬୫୯୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଙ୍ଗଳବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୯୪୩, କଟକ ଜିଲ୍ଲାରୁ ୮୮୭, ପୁରୀ ଜିଲ୍ଲାରୁ ୭୦୭, ସମ୍ବଲପୁରରୁ ୬୪୧, କଳାହାଣ୍ଡିରୁ ୪୬୫, ବରଗଡରୁ ୪୪୮, ଅନୁଗୋଳରୁ ୪୩୮, ଝାରସୁଗୁଡାରୁ ୩୩୧, ବାଲେଶ୍ଵରରୁ ୩୦୧, ନବରଙ୍ଗପୁରରୁ ୨୯୧, ବଲାଙ୍ଗୀରରୁ ୨୭୩, ନୟାଗଡରୁ ୨୫୪, ଯାଜପୁରରୁ ୨୨୨, ନୂଆପଡାରୁ ୨୧୪, ମୟୂରଭଞ୍ଜରୁ ୨୦୪ ସଂକ୍ରମିତ କୋଭିଡ୍-୧୯ରୁ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *