ଇସ୍ରାଏଲ ବିରୋଧୀ ଆତଙ୍କୀଙ୍କୁ ନିପାତ କରିବା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ, ନେତନ୍ୟାହୁ ଦେଲେ ଚେତାବନୀ

ଇସ୍ରାଏଲ, (ଓଡିଶା ଟାଇମ୍):ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ ଜାରି ରହିବ । ଏନେଇ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ।ରବିବାର ସକାଳେ ମଧ୍ୟ ଇସ୍ରାଏଳ ତରଫରୁ ଗାଜାରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏଥିରେ ୩ ଜଣ ପାଲେଷ୍ଟିଆନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ।

ନେତନ୍ୟାହୁ କହିଛନ୍ତି ଯେ, ଯେଉଁଯାଏଁ ଆବଶ୍ୟକତା ରହିଛି, ସେବେ ଯାଏଁ ରକେଟ୍ ଆକ୍ରମଣ ଜାରି ରହିବ । ଇସ୍ରାଏଲ ବିରୋଧୀ ଆତଙ୍କବାଦୀଙ୍କୁ ନିପାତ ନକଲା ଯାଏଁ ଯୁଦ୍ଧର ସମାପ୍ତ ନାହିଁ । କିପରି ସାଧାରଣ ଲୋକେ ଏଥିରେ ପ୍ରାଣ ନହରାଇବେ ସେଦିଗରେ ଧ୍ୟାନ ଦିଆଯାଉଛି । ଯେଉଁମାନଙ୍କ ଉପରେ ଆକ୍ରମଣ ହେଉଛି ସେମାନେ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି ।

ସୂଚନାଯୋଗ୍ୟ, ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଶନିବାର ଗାଜା ଉପରେ ଆକ୍ରଣ କରିଥିଲା।  ଆଇଡିଏଫ ଯୁଦ୍ଧବିମାନ ଏକ ୧୨ ମହଲା ଭବନ ଗାଜା ଟାୱାର ଉପରେ ବୋମାମାଡ଼ କରିବା ଯୋଗୁ ସମଗ୍ର ଭବନଟି ଧରାଶାୟୀ ହୋଇଥିଲା। ଏହି ବିଲ୍ଡିଂରେ ଆମେରିକୀୟ ସମ୍ବାଦ ସରବରାହ ସଂସ୍ଥା ଏପିର କାର୍ଯ୍ୟାଳୟ ସମେତ କାତାର ଗଣମାଧ୍ୟମ ସଂସ୍ଥା  ଅଲ ଜଜିରା ଓ ଅନ୍ୟ ଗଣମାଧ୍ୟମମାନଙ୍କର କାର୍ଯ୍ୟାଳୟ ଥିଲା।

Leave a Reply

Your email address will not be published. Required fields are marked *