କାଲିଠୁ ମେ ୩୦ ଯାଏଁ ବେଙ୍ଗଲରେ ଲକଡାଉନ୍
ପଶ୍ଚିମବଙ୍ଗ ,(ଓଡିଶା ଟାଇମ୍): ପଶ୍ଚିମବଙ୍ଗରେ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । ଏହାକୁ ବ୍ରେକ ଦେବାକୁ ସରକାର ଘୋଷଣା କରିଛନ୍ତି ଲକଡାଉନ୍ । ମୁଖ୍ୟ ଶାସନ ସଚିବ ଅଲାପାନ୍ ବନ୍ଦୋପାଧ୍ୟାୟ ଏହି ଘୋଷଣା କରିଛନ୍ତି । ମେ ୧୬ ରୁ ୩୦ମେ ପର୍ଯ୍ୟନ୍ତ ବଙ୍ଗରେ ପଡିବ ସମ୍ପୂର୍ଣ୍ଣ ତାଲା । କେବଳ ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହବି । ଘରୋଇ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ସବୁ ବନ୍ଦ ରହିବ । ଫଳ-ପନିପରିବା ଏବଂ ରାସନ ଦୋକାନ ମଧ୍ୟ ସକାଳ ୭ ଟାରୁ ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ । ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ୧୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଜାରି ରହବି ଲକଡାଉନ ।
କଣ କଣ ବନ୍ଦ ରହିବ ?
୧-ସମସ୍ତ ବେସକରକାରୀ ଅଫିସ, ସ୍କୁଲ, କଲେଜ ବନ୍ଦ
୨-ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାରୋହରେ ରୋକ୍
୩-ସମସ୍ତ ପ୍ରକାରର ଶିଳ୍ପାନୁଷ୍ଠାନ, ଫ୍ୟାକ୍ଟ୍ରିବନ୍ଦ ରହିବ
୪-ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଟ୍ରକ୍ ଛଡା ଅନ୍ୟ ସମସ୍ତ ଟ୍ରକ ଚଳାଚଳ ଉପରେ ପ୍ରତିବନ୍ଧକ
୫-ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଘରୋଇ କାର, ଟ୍ୟାକ୍ସି, ଅଟୋ ଚାଲିବ ନାହିଁ
୬-ଲୋକାଲ ଟ୍ରେନ୍, ମେଟ୍ରୋ ସେବା, ବସ୍ ସେବା, ଟ୍ରେନ୍ ସେବା ବନ୍ଦ ରହିବ
କଣ କଣ ରହିବ ଖୋଲା ?
୧-ଫଳ, ପନିପରିବା, ରାସନ, କ୍ଷୀର ଦୋକାନ ସକାଳ ୭ରୁ ୧୦ଟା ଯାଏଁ ଖୋଲା
୨-ସୁଇଟସ୍ ଷ୍ଟଲ ସନ୍ଧ୍ୟା ୫ଟା ଯଏଁ ଖୋଲା ରହିବ
୩-ସାକଳ ୧୦ଟାରୁ ଦିନ ୨ଟା ଯାଏଁ ଖୋଲାରହିବ ବ୍ୟାଙ୍କ
୪-ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ୨୦ ଲୋକଙ୍କୁ ସାମିଲ ଅନୁମତି