ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍ଡ ଟିକା । ୧ ଲକ୍ଷ ଟିକା ଆଜି ସେରମ୍‌ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ଏହି ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ।

ଗତ କିଛି ଦିନ ତଳେ ଓଡ଼ିଶା ସରକାର ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟିକା ଦେବା ନେଇ ଘୋଷଣା କରିଥିଲେ । ଏନେଇ ସରକାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଟିକା ଦେବା ପାଇଁ ଅର୍ଡର କରିଥିଲେ । ଇନ୍‌ଷ୍ଟିଚ୍ୟୁଟ୍‌କୁ ମୋଟ ୩ କୋଟି ୭୭ ଲକ୍ଷ ଟିକା ପାଇଁ ସରକାର ଦାବି କରିଥିଲେ । ଏହାର ପ୍ରଥମ ପର୍ଯ୍ୟାୟ ଟିକା ଆଜି ଭୁବନେଶ୍ୱରରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *