ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ନମ୍ବର ଜାରି କଲା ଏସବିଆଇ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ମହାମାରୀର ମହାସଙ୍କଟ ମଧ୍ୟରେ ଆଉ ବ୍ୟାଙ୍କ ଦଉଡ଼ିବାକୁ ପଡ଼ିବନି । ମାତ୍ର ଗୋଟିଏ କଲରେ ହୋଇପାରିବ ଅନେକ କାମ । କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ କଣ୍ଟାକ୍ଟଲେସ୍ ସେବା ଆରମ୍ଭ କରିଛି । ଏବେ ୟୁଜର ଘରେ ବସି ବସି ନିଜର ସମସ୍ତ ବ୍ୟାଙ୍କ ସମ୍ମନ୍ଧୀୟ କାମ ଶେଷ କରିପାରିବେ ।

ଏସବିଆଇର ଟ୍ୱିଟର ହ୍ୟାଣ୍ଡେଲରେ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି, ଘରେ ଆପଣ ସୁରକ୍ଷିତ ରୁହନ୍ତୁ, ଆମେ ସେବା ଯୋଗାଇବା ପାଇଁ ଆପଣଙ୍କ ନିକଟରେ ପହଞ୍ଚିବୁ । ଗ୍ରାହକଙ୍କ ତତ୍କାଳ ବ୍ୟାଙ୍କିଂ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ । ଟୋଲ ଫ୍ରି ନମ୍ବର ୧୮୦୦୧୧୨୨୧୧ ଏବଂ ୧୮୦୦୪୨୫୩୮୦୦ରେ କଲ୍ କଲେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇପାରିପବ ।

ଏସବିଆଇର କେଉଁ ସେବା ଫୋନରେ ଉପଲବ୍ଧ ହେବ ?

ଏସବିଆଇ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ସଂଲଗ୍ନ କରିଛି, ଯେଉଁଥିରେ କୁହାଯାଇଛି ଉପରୋକ୍ତ ନମ୍ବରକୁ କଲ କରି ଗ୍ରାହକମାନେ ଘରେ ବସି ବସି କେଉଁ ସେବା ପାଇପାରିବେ । ଆକାଉଣ୍ଟ୍ ବାଲାନ୍ସ , ଶେଷ ୫ କାରବାର, ଏଟିଏମ୍ ବନ୍ଦ କିମ୍ବା ଚଳାଇବା, ଏଟିଏମ୍ ପିନ୍ କିମ୍ବା ଗ୍ରିନ୍ ପିନ୍ ଜେନେରେଟ୍ କରିବା ଆଦି କାମ ପାଇଁ ଏହି ଟୋଲ୍ ଫ୍ରି ନମ୍ବରକୁ କଲ କରିପାରିବେ ଗ୍ରାହକ । ଆଉ ଘରେ ବସି ସମସ୍ତ କାମ ସହଜରେ କରିପାରିବେ ।

Leave a Reply

Your email address will not be published. Required fields are marked *