ଏକାଠି ହେବା ଭାରତକୁ ସଂକଟରୁ ଉଦ୍ଧାର କରିବା : କମଳା ହାରିସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତରେ କରୋନା ପାଇଁ ହାହାକାର । ଗମ୍ଭୀର ସ୍ଥିତିରେ ରହିଛି ଏଠାକାର ସ୍ଥିତି । ଭାରତର ଏହି ସଂକଟ ସମୟରେ ସହଯୋଗର ହାତ ବଢାଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପୂର୍ବରୁ ଟିକା ଉତ୍ପାଦନ ପାଇଁ ଆବଶ୍ୟାକୀୟ କଞ୍ଚାମାଲ ସବୁ ପଠାଯାଉଥିବାବେଳେ ଏବେ ଆମେରିକା ଅଧିକ ସହାୟତା ପ୍ରଦାନ କରିବ । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ ଏହା କହିଛନ୍ତି । ଦୈନିକ ସଂକ୍ରମିତ ହାର ସହ ମୃତ୍ୟୁ ହାର ବି ତାଳ ଦେଇ ବଢିବାରେ ଲଗାଛି । ଏସବୁକୁ ଦୃଷ୍ଟିରେ ରଖି ଭାରତର ସୁଚିନ୍ତା କରିବା ଆମେରିକାର ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି କମଳା ହାରିସ ।

ଜୋ ବାଇଡେନ୍‌ଙ୍କ ନେତୃତ୍ୱରେ ଆମେରିକା ପ୍ରଶାସନ ଭାରତକୁ ସହାୟତା ପ୍ରଦାନ କରିବା ଲାଗି କାମ କରୁଛି । କରୋନାର ପ୍ରାରମ୍ଭିକ ସମୟରେ ଆମେରିକା ଯେତେବେଳେ ସଂକଟ ସ୍ଥିତି ଦେଇ ଗତି କରୁଥିଲା, ଭାରତରୁ ଶଯ୍ୟା ଓ ଅନ୍ୟ ମେଡିକାଲ ସାମଗ୍ରୀ ଆସିଥିଲା । ଆଜି ଭାରତ ଯେତେବେଳେ ଅସୁବିଧାରେ ପଡ଼ିଛି, ଆମେ ଉପଯୁକ୍ତ ସାହାଯ୍ୟ କରିବା ଦରକାର ଅଛି ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ କମଳା ହ୍ୟାରିସ କହିଛନ୍ତି ଯେ, ଭାରତର ବନ୍ଧୁ ରାଷ୍ଟ୍ର ଭାବେ ତଥା ଏସିଆନ କ୍ୱାଡର ସଦସ୍ୟ ଭାବେ ଆମକୁ ସହଯୋଗର ହାତ ବଢ଼ାଇବାର ଅଛି । ମୋର ବିଶ୍ୱାସ ଯେ, ଯଦି ଆମେ ସହଯୋଗର ହାତ ବଢ଼ାଇ ଚାଲିବା ତଥା ମିଳିମିଶି କାମ କରିବା ଆମେ ସଂକଟ ସମୟ ଟାଳି ପାରିବା । ଆମେରିକାରୁ ୨୦ ହଜାର ରେମଡେସିଭିର, ୧୫୦୦ ଅକ୍ସିଜେନ ସିଲିଣ୍ଡର ଏବଂ ୧୦ ଲକ୍ଷ ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ ଭାରତକୁ ମିଳିସାରିଛି ।

Leave a Reply

Your email address will not be published. Required fields are marked *