ସପ୍ତାହରେ ୫ଦିନ ଖୋଲା ରହିବ LIC ଅଫିସ୍, ନୋଟିସ୍ ଜାରି କଲା କର୍ପୋରେସନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପବ୍ଲିକ୍ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା ଏଲ୍ଆଇସି କରୋନା ପରିସ୍ଥିତିକୁ ଦୃଷ୍ଚିରେ ରଖି ଏହାର ସପ୍ତାହିକ କାର୍ଯ୍ୟଦିବସକୁ ହ୍ରାସ କରିଛି । ମେ ମାସ ୧୦ ତାରିଖରୁ ଏହାର ସମସ୍ତ କାର୍ଯ୍ୟାଳୟରେ ସପ୍ତାହକୁ ମାତ୍ର ୫ଦିନ କାମ ହେବ ବୋଲି ଘୋଷଣା କରିଛି । ବୀମା କମ୍ପାନୀ ଶନିବାର କାର୍ଯ୍ୟାଳୟରେ କାମ ହେବନାହିଁ ବୋଲି କହିଛି ।
କମ୍ପାନୀ ଏନେଇ ଏକ ସାର୍ବଜୈନିକ ନୋଟିସ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ, ୧୫ ଏପ୍ରିଲ୍ ୨୦୨୧ର ଅଧିସୂଚନାରେ ଭାରତ ସରକାର ଏଲ୍ଆଇସିର ପ୍ରତ୍ୟେକ ଶନିବାର ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି । ଏଥିରେ ସମସ୍ତ ପଲିସିଧାରୀ ଏବଂ ଅନ୍ୟ ଜଡ଼ିତ ସଂସ୍ଥାକୁ ଏହା ସୂଚିତ କରାଯାଇଛି ଯେ, ୧୦ ମେରୁ ସମସ୍ତ କାର୍ଯ୍ୟାଳୟ ସେମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ । ଦିନ ୧୦ଟା ସନ୍ଧ୍ୟା ୫.୩୦ ମିନିଟ୍ ପର୍ଯ୍ୟନ୍ତ ଅଫିସ୍ରେ କାମ କରାଯିବ ବୋଲି ଏହି ନୋଟିସ୍ରେ ଉଲ୍ଲେଖ କରାଯାଇଛି ।