ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୫ କରୋନା ଆକ୍ରାନ୍ତ, ଚିନ୍ତା ବଢାଉଛି ସଂକ୍ରମଣ ବୃଦ୍ଧି
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୧୫ ଜଣ ସଂକ୍ରମିତ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୩୮ ହଜାର ୧୫୦ ଜଣ ସୁସ୍ଥ ହୋଇସାରିଲେଣି ।
ସୋମବାର ସୁସ୍ଥ ହୋଇଥିବା ୨୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୨, ନୂଆପଡା ୨୦, କଟକ ୨୦, ବଲାଙ୍ଗିର ୯, ବରଗଡ ୮, ବାଲେଶ୍ବର ୬, ଢେଙ୍କାନାଳ ୨ ସମ୍ବଲପୁରରୁ ୧୧, ଗଞ୍ଜାମ ୬, ଅନୁଗୁଳ ୩, ମୟୂରଭଞ୍ଜ ୧୦, ପୁରୀରୁ ୫, ଯାଜପୁର ୫, କଳାହାଣ୍ଡି ୧୨, କୋରାପୁଟ ୨, ଜଗତସିଂପୁର ୪, କେନ୍ଦ୍ରାପଡା ୨, ରାୟଗଡା ୧ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୋଲରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୩୨୬୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।