ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ
ପୁରୀ, (ଓଡିଶା ଟାଇମ୍) :ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲା ।

ସୋମବାର ପୋଲିସ ଫୋର୍ସ ଉପସ୍ଥିତରେ ଏହାକୁ ଉଚ୍ଛେଦ କରାଯାଉଛି । ପୁରୀ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଗ୍ନିଶମ ବାହିନୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।