ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା : ଚିନ୍ତା ପ୍ରକଟ କଲେ ଗଜପତି

ପୁରୀ, (ଓଡିଶା ଟାଇମ୍) :ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ଘଟଣାରେ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି, ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଗଜପତି ।

ପୁରୀରେ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର । କିଛି ଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହେବା ପରେ ଗୁରୁବାର ବଡଦାଣ୍ଡ ବଳଗଣ୍ଡି ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମୁଖ୍ୟ ପ୍ରବେଶ ଦ୍ବାର ଲୁହା ଗେଟର ତାଲା କାଟି ଲୁଟେରାମାନେ ମନ୍ଦିର ଭିତରେ ପସିଥିଲେ । ତାପରେ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଥିଲେ ।

ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଭିତର ଗଡ଼ରେଜ ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ଓ ଦାତା ଦେଇଥିବା ଶାଢୀ ସବୁକୁ ଚୋରି କରି ନେଇଯାଇଛନ୍ତି । ଖବର ପାଇ କୁମ୍ଭାରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *