ଆଜି ମାର୍ଚ୍ଚ ୩୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି
ମେଷ
ଆଜି ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ବୃଷ
ଛୋଟ ଛୋଟ କଥାକୁ କେନ୍ଦ୍ର କରି ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା କାରଣରୁ କଳହ ଲାଗିବ । କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ମିଥୁନ
ସହକର୍ମୀଙ୍କ ସାହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାମ୍ତ କରି ରଖିବ । ବହୁ ଦିନରୁ ଚେଷ୍ଟା କରି ପାଇ ନ ଥିବା ପ୍ରାପ୍ୟଧନ ଆଜି ଅପରାହ୍ନରେ ପାଇବାର ପ୍ରତିଶ୍ରୁତି ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
କର୍କଟ
ବନ୍ଧୁମାନେ ସାହାର୍ଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ୱାର୍ତହାନି ଆଶଙ୍କାରେ ଦୂରେଇ ଯିବେ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ସିଂହ
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । ପରିବାରରେ ବଦ୍ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- କରତ୍କର୍ମା ହେବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଚାଷୀ- ଶ୍ରମ ସାର୍ଥକ ହେବ ।
କନ୍ୟା
ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢିଯିବ । ଦୁଃଖିତ ଆତ୍ମୀୟଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ପରିବାରରେ ଟଣା ଓଟରା ଲାଗିଯିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୁଖୀ ହେବେ ।
ତୁଳା
ପରିସ୍ଥିତିବଶତଃ ଆଲୋଚନା କ୍ଷେତ୍ରରେ ଠିକ୍ କଥା କହି ପାରିବେ ନାହିଁ । ଅପ୍ରିୟ ସତ୍ୟ କହି ସମସ୍ୟାକୁ ନିମନ୍ତ୍ରଣ କରିବେ । ବ୍ୟୟ ଭାର କମି କମି ଅସିବ ଏବଂ ବାଣିଜ୍ୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ବିଛା
କାମରେ ଚାପ ବୃଦ୍ଧି ପାଇବା କାରଣରୁ ଓ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ । ଆଜି ଯେମିତି ଚାହୁଁଛନ୍ତି ସେପରି ଫଳ ମିଳିଯିବ । କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।
ଧନୁ
ପୁରାତନ ରୋଗପୀଡା ଓ ପୂର୍ବ ଶତ୍ରୁତାକୁ ନେଇ ମନ ଭଲ ରହିବ ନାହିଁ । କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।
ମକର
ପ୍ରତ୍ୟେକ କାମ ସାମାନ୍ୟ ବିଳମ୍ବିତ ସମୟରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଆନୁ ।ନିକ, ସାଂଗଠନିକ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ଚାଷୀ- ମୁଣ୍ଡରେ ପଗଡି ବାନ୍ଧନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
କୁମ୍ଭ
ଆଜି ଏକ ସାଧାରନ ଆଲୋଚନା ମଧ୍ୟରେ ଭୁଲ୍ ବୁଝାମଣା କାରଣରୁ ବନ୍ଧୁଙ୍କ ସହ କଳହ ଘଟିପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନକୁ କେନ୍ଦ୍ର କରି ବାଦବିବାଦରେ ଆପୋସ ସମାଧାନ ଘଟିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି – କାମଟି ହଠାତ୍ ହୋଇଯିବ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ସାଙ୍ଗରେ ପାଣି ନେଇ ବାହାରନ୍ତୁ ।
ମୀନ
ବନ୍ଧୁଙ୍କ ସାହାର୍ଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ । ଆଜି ଯାହା ଭାବୁଛନ୍ତି, ସେପରି ହିଁ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ଅପରାହ୍ନରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।











