ଭୁବନେଶ୍ବର ଆଇଆଇଟିର ୧୦ ଛାତ୍ର ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କଡ ଲେଉଟାଇବା ଆରମ୍ଭ କରିଦେଲାଣି ମହାମାରୀ । ଧୀରେ ଧୀରେ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନରେ ଗ୍ରାସ କରିବାକୁ ବସିଲାଣି ଭୂତାଣୁ । ଆଜି ଭୁବନେଶ୍ବର IIT ର ୧୦ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଦେଖାଯିବାରୁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ପରୀକ୍ଷା ପରେ ଏମାନଙ୍କ ଠାରେ ଭୂତାଣୁ ଥିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ୮ଜଣ ସଂକ୍ରମିତ ହୋଇଥିଲେ । ଆଜି ଆଉ ୨ଜଣ ପଜିଟିଭ ଚିହ୍ଟଟ ହୋଇଛନ୍ତି । ଆକ୍ରାନ୍ତ ସମସ୍ତେ ସଂଗରୋଧରେ ରହିଛନ୍ତି । ଏଯାବତ୍ ମୋଟ୍ ୪୫ ଜଣଙ୍କ ଟେଷ୍ଟ କରାଯାଇଛି ।

ସେପଟେ ରାଜଧାନୀରେ ଥିବା ଏକ ପ୍ରମୁଖ କୋଚିଂ ସେଣ୍ଟର ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ବିଏମସି । ଇନଷ୍ଟିଚ୍ୟୁଟର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ସାମ୍ନାକୁ ଆସିବା ପରେ ପଦକ୍ଷେପ ନେଇଛି ବିଏମସି । ରାଜ୍ୟରେ ଏବେ କରୋନା ମାମଲା ବଢିବାରେ ଲାଗିଛି । ଗତ କିଛି ଦିନ ଧରି ୨୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ଜାଭିଅର ଇନଷ୍ଟିଚ୍ୟୁଟରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *