ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ

କାନପୁର, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶର କାନପୁରସ୍ଥିତ ଏଲପିଏସ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜିରେ ରବିବାର ସକାଳେ ହଠାତ ନିଆଁ ଲାଗିଯାଇଚି । ନିଆଁ ପ୍ରଥମ ମହିଲାରେ ଥିବା ଆପତକାଳୀନ ଓ୍ୱାର୍ଡରେ ଲାଗିଥିବା କୁହାଯାଇଛି । ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲର ତଳ ଓ ପ୍ରତମ ମହଲାର କାଚ ଭାଙ୍ଗି ରୋଗୀମାନେ ବାହାରକୁ ବାହାର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରିଛନ୍ତି ।

ସୂଚନାନୁସାରେ, ରବିବାର ସକାଳେ ହସ୍ପିଟାଲର କାର୍ଡିଓଲୋଜିର ପ୍ରଥମ ମହିଲାରେ ଥିବା ଏମରଜେନ୍ସୀ ଓ୍ୱାର୍ଡରେ ହଠାତ ନିଆଁ ଲାଗିଯାଇଥିଲା । ତଳ ମହଲା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଏହାପରେ ରୋଗୀଙ୍କ ଝରକା ଭାଙ୍ଗି ଉଦ୍ଧାର କରାଯାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇଁ ଦମକଳ ବାହିନୀ ନିଆଁଲିଭାରେ ନିୟୋଜିତ ଅଛନ୍ତି ।

କାନପୁର ପୋଲିସ କମିଶନର ଅସୀମ ଅରୁଣ କହିଛନ୍ତି ଯେ, ସକାଳ ୭ଟା ୪୦ ମିନିଟରେ କାର୍ଡିଓଲୋଜୀର ଆଇସିୟୁରେ ନିଆଁ ଲାଗିଥିଲା । ଏହାର କାରଣ ତଦନ୍ତ ପରେ ଜଣାପଡିବ । ଦମକଳବାହିନୀ ତୁରନ୍ତ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରାୟ ୧୪୦ ରୋଗୀଙ୍କୁ ଆଇସିୟୁରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।

ସୂଚନାଯୋଗ୍ୟ, ଏହି ହସ୍ପିଟାଲ ହେଉଛି କାନପୁରରେ ଥିବା ସବୁଠାରୁ ବଡ ସରକାରୀ ମେଡିକାଲ । ଏଠାକୁ ଅନେକ ହୃଦରୋଗୀ ଆସିଥାନ୍ତି । କାନପୁର ଆଖପାଖ ଅଞ୍ଚଳରୁ ମଧ୍ୟ ଏଠାକୁ ରୋଗୀ ଆସିଥାନ୍ତି ।

Leave a Reply

Your email address will not be published. Required fields are marked *