ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମହାନ୍ କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍ କରିଥିବା ସଚିନ କହିଛନ୍ତି। ସେ ନିଜ ଘରେ କ୍ବାରେଣ୍ଟାଇନରେ ରହିଥିବା ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।











