ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୦ କୋଭିଡ୍ ପଜିଟିଭ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ବରରୁ ୬, ପୁରୀରୁ ୫, , ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡା, ନୟାଗଡ଼ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଓ ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ, ଖୋର୍ଦ୍ଧାରୁ ୫୧, ନୂଆପଡାରୁ ୨୩, କଟକରୁ ୧୯, ବଲାଙ୍ଗିର ଜିଲ୍ଲାରୁ ୧୨, କଳାହାଣ୍ଡି ଜିଲ୍ଲାରୁ ୧୨, ସୁନ୍ଦରଗଡ଼଼ ଜିଲ୍ଲାରୁ ୧୨ , ସମ୍ବଲପୁରରୁ ୧୧, ବରଗଡ଼ ୮, ଯାଜପୁର ଜଣ , ମୟୂରଭଞ୍ଜରୁ ୮ଜଣ , ଷ୍ଟେଟପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି ।











