ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି, (ଓଡିଶା ଟାଇମ୍) :ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଆଶ୍ରିତ ପଟ୍ଟନାୟକଙ୍କ ନାଁରେ ମୋହର ମାରିଲା ବିଜେପି । ଗତ ସାଧାରଣ ନିର୍ବାଚନରେ ମଧ୍ୟ ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା ।

ପୂର୍ବରୁ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ରେ ଭୋଟ ହେବା ନେଇ ଏଥିରେ ଦର୍ଶା ଯାଇଛି । ଏଥିସହିତ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଏଥିଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରାଯାଇଛି। ମନୋନୟନ ପତ୍ର ଦାଖଲ ଲାଗି  ରିଟର୍ଣ୍ଣିଂ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି କରାଯାଉଛି। ଭୋଟ ଦାନରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ ସମ୍ପନ୍ନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କର୍ମଚାରୀ ମାନଙ୍କୁ ଏନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ସେହିପରି ଅଦର୍ଶ ଆଚରଣ ବିଧି ଅନୁପାଳନ ପାଇଁ ଗୁରୁତ୍ବ ଦିଆଯଇଛି।

Leave a Reply

Your email address will not be published. Required fields are marked *