ଏନଆଇଟି ୩ ଛାତ୍ର କରୋନା ପଜିଟିଭ

ରାଉରକେଲା, (ଓଡିଶା ଟାଇମ୍) :ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍‌ରେ ରଖା ଯାଇଛି।

NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୭ କୋରନା ପଜିଟିଭ ବାହାରିଛନ୍ତି I ରାଉରକେଲା ରେଳ ଷ୍ଟେସନ୍‌ରେ ମଧ୍ୟ ରେଳ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି l ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବାବେଳେ କଣ୍ଟା ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି।

ସୂଚନାଥାଉ କି, ଶିକ୍ଷାନୁଷ୍ଠାନମାନଙ୍କରେ ଏବେ କରୋନା ସଂକ୍ରମଣ ଅଧିକ ରହୁଛି। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରୁ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ କଟକ, ପରେ ଭୁବନେଶ୍ୱରର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଟୁଇନ୍ ସିଟିର ସବୁ କ୍ୟାଂପସରେ ଏବେ ଭୟର ବାତାବରଣ ଦେଖା ଦେଇଛି।

Leave a Reply

Your email address will not be published. Required fields are marked *