ଚିନ୍ତା ବଢାଇଲାଣି କରୋନା, ରାଜଧାନୀରେ ଏବେ ଦିନକୁ ୧୬ଶହ ଟେଷ୍ଟିଂ ଟାର୍ଗେଟ-ବିଏମ୍ସି କମିଶନର
ଭୁବନେଶ୍ବର, (ଓଡିଶା ଟାଇମ୍) :କଡ଼ ଲେଉଟାଉଛି କରୋନା । ଆକ୍ସନରେ ପ୍ରଶାସନ। ରାଜ୍ୟରେ ଗତ କିଛି ଦିନ ହେଲା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତ୍ୱରିତ ପଦକ୍ଷେପ ନିଆଯାଉଛି । ଏବେ ଭୁବନେଶ୍ୱରରେ ୧୬୦୦ ଟେଷ୍ଟିଂ କରିବାକୁ ଟାର୍ଗେଟ ରଖିଛି ବୋଲି ବିଏମ୍ସି କମିଶନର କହିଛନ୍ତି ।
ଖବର ଅନୁଯାୟୀ, ଆଜିଠାରୁ ଭୁବନେଶ୍ୱରରେ ରାଣ୍ଡମ୍ ଟେଷ୍ଟିଂ ଆରମ୍ଭ ହୋଇଛି । ସବୁ ଜୋନରେ ଦୁଇ ଦୁଇଟି ସ୍ଥାନରେ ରାଣ୍ଡମ୍ ଟେଷ୍ଟିଂ କରାଯାଉଛି । ସମସ୍ତ ଶିକ୍ଷାନୁଷ୍ଠାନ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ଅନୁରୋଧ କରିଛି ବିଏମ୍ସି । ସେହିପରି ବିଏମସିର ଏବେ ଦିନକୁ ୨୦୦୦ ଟେଷ୍ଟିଂ କାପାସିଟି ରହିଛି । କିନ୍ତୁ ବର୍ତ୍ତମାନ ଦିନକୁ ୬୦୦ ଆରଟିପିସିଆର ଏବଂ ୧୦୦୦ ଆଣ୍ଟିଜେନ୍ ଟେଷ୍ଟିଂ କରିବାର ଟାର୍ଗେଟ ରଖାଯାଇଛି । ଆଗକୁ ଏହି ସଂଖ୍ୟା ବଢାଯିବାର ଯୋଜନା କରାଯାଉଛି । ସେତିକି ନୁହଁ ଆଗାମୀ ଦିନରେ ମଲ୍ ଏବଂ ମାର୍କେଟରେ ମଧ୍ୟ ଟେଷ୍ଟିଂ କରାଯିବ ବୋଲି ବିଏମସି କମଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।











