ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ
ରାୟଗଡା, (ଓଡିଶା ଟାଇମ୍) : ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ । ଛତିଶଗଡ କ୍ୟାଡରର ରହିଛନ୍ତି ଦୁଇ ମାଓବାଦୀ । ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହିଥିଲେ ଦୁଇ ଜଣ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ । ଉଭୟଙ୍କ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ। ମଙ୍କୁ ଉପରେ ୪ ଲକ୍ଷ ଓ ଲଛୁ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓଡିଶା ସରକାରଙ୍କ ରହିଥିଲା ।











