‘ମୋ ସ୍କୁଲ’ ଯୋଜନାରେ ୪୨୯ଟି ବିଜ୍ଞାନଗାର ନିର୍ମାଣ କରିବାକୁ ରହିଛି ଯୋଜନା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସ୍କୁଲମାନଙ୍କରେ ବିଜ୍ଞାନଗାର ଖୋଲିବାକୁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ ୩୫୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୫୬୨ ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନଗାର ନିର୍ମାଣ କରିବାକୁ ଯୋଜନା ରହିଛି। ୧୦୦ଟି ଆଦର୍ଶ ବିଦ୍ୟାଳୟରେ  ବିଜ୍ଞାନଗାର ଅଛି । ସିଏସଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି ।

ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି। ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

Leave a Reply

Your email address will not be published. Required fields are marked *