ଜଷ୍ଟିସ୍ ଏନବି ରମନ୍ନା ହେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନବି ରମନ୍ନା (NV Ramana) ଦେଶର ଆଗାମୀ ମୁଖ୍ୟ ବିଚାରପତି ହୋଇପାରନ୍ତି। ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଏସଏ ବୋବଡେ ନିଜ ଉତ୍ତରାଧିକାରୀ ଭାବେ ଏନବି ରମନ୍ନାଙ୍କ ନାଁ ସୁପାରିଶ କରିଛନ୍ତି। ଏସଏ ବୋବଡେ ଏପ୍ରିଲ ୨୩ ତାରିଖରେ ଅବସର ନେବେ।
ଏନବି ରମନ୍ନାଙ୍କୁ ୨୦୧୭ ଫେବୃଆରୀ ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷରୁ କମ ସମୟ ବାକି ଅଛି। ସେ ୨୦୧୨ ଅଗଷ୍ଟ ୨୬ ତାରିଖରେ ଅବସର ନେବେ। ସେ ୧୯୮୩ ଫେବୃଆରୀ ୧୦ ତାରିଖରୁ ଓକିଲାତି ଆରମ୍ଭ କରିଥିଲେ। ସେତେବେଳେ ଚନ୍ଦ୍ରାବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ। ଜଷ୍ଟିସ ଏନବି ରମନ୍ନା ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଡିସନାଲ ଆଡ଼ଭୋକେଟ ଜେନେରାଲ ଥିଲେ।
କୃଷକ ପରିବାରରୁ ଆସିଥିବା ଏନବି ରମନ୍ନା ବିଜ୍ଞାନ ଓ ଆଇନରେ ସ୍ନାତକ କରିଛନ୍ତି। ଏହାପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ର ପ୍ରଶାସନିକ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ଏଜେନ୍ସି ପାଇଁ ସେ ପ୍ୟାନେଲ କାଉନ୍ସିଲ ଭାବେ କାମ କରୁଥିଲେ। ୨୦୦୦ ଜୁନ ୨୭ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ ମାର୍ଚ୍ଚ ୧୩ରୁ ମେ’ ୨୦ ଯାଏଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଥିଲେ।
୨୦୧୩ ସେପ୍ଟେମ୍ବର ୨ରେ ତାଙ୍କର ପଦୋନ୍ନତି ହୋଇଥିଲା। ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ ହେଲେ। ୨୦୧୪ ଫେବୃଆରୀ ୧୭ରେ ସେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହେଲେ। ବର୍ତ୍ତମାନ ସେ ସୁପ୍ରିମକୋର୍ଟରେ ସିନିୟର ଜଜ ଅଛନ୍ତି। ସିନିୟର ଜଜଙ୍କ ମଧ୍ୟରେ ବୋବଡେଙ୍କ ପରେ ଟଙ୍କା ନାଁ ଆସୁଛି।











