ଦିଲ୍ଲୀରେ ବଢୁଛି ସଂକ୍ରମଣ: ରାଣ୍ଡମ୍ ଟେଷ୍ଟିଂକୁ ଗୁରୁତ୍ୱ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ବେକାବୁ ହେଉଛି କରୋନା ସ୍ଥିତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବ୍ୟାପୁଛି ଭୂତାଣୁର କୋପ । ଏଠାରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଖୁବ୍ କମ୍ ଦିନରେ ପଜିଟିଭ ସଂଖ୍ୟା ୪୭, ହଜାର ପାର୍ କରିଛି । ଯାହାକି ପୁଣି ବଡ ସଂକଟର ଆଶଙ୍କା ଦେଖାଦେଇଛି । ପୂର୍ବରୁ ଏଠାରେ ବଢୁଥିବା ପ୍ରଦୂଷଣ ମାତ୍ରା ପାଇଁ ଲୋକେ ଚିନ୍ତିତ ଥିବାବେଳେ ଏବେ ପୁଣି ଭାଇରସ ନେଇ ବଢିଛି ଟେନସନ୍ । ଏହାକୁ ଦୃଷ୍ଟିରେ ରଖି ସବ୍-ଏ-ବାରାତ୍ ଓ ନବରାତ୍ର ପାଳନ ଉପରେ କଟକଣା ଜାରି ହୋଇଛି । ଏହାସହ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦେଇଛନ୍ତି ଏଠାକାର ସରକାର । ଖାସ୍ କରି ବିମାନବନ୍ଦର, ଷ୍ଟେସନ, ଆଇଏସବିଟିରେ ରାଣ୍ଡମ୍ ଟେଷ୍ଟିଂକୁ ଅଧିକ ଫୋକସ କରାଯାଇଛି । ଗତବର୍ଷ ଦିଲ୍ଲୀରେ କରୋନା କରାଳ ରୂପ ଦେଖିବାକୁ ମିଳିଥିଲା । ଏପରିକି ଲକଡାଉନ୍, ସଟଡାଉନ ସତ୍ୱେ ବୋଲ ମାନିନଥିଲା ଏହି କିଲର ଭାଇରସ ।











