ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ କରୋନା ଟିକା। ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷିୟ ଲୋକଙ୍କୁ ବି କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କରୋନା ବଢୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହାସହ ଯେଉଁମାନଙ୍କ ବୟସ୍କ ୪୫ ବର୍ଷରୁ ଅଧିକ ସେମାନେ ନିଜର ନାମକୁ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର କହିଛି।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ଭାବରେ କରୋନା ଗ୍ରାଫ୍ ଉପରମୁହାଁ ରହୁଛି, ଶାହାକୁ ନେଇ ସରକାରଙ୍କ ଚିନ୍ତା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତକୁ ମିଶାଇ ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଲାଣି। ଆଉ ୨୪ ଘଣ୍ଟାରେ ଦେଶରେ ୧୯୯ ଜଣଙ୍କର କରୋନା ପ୍ରାଣ ନେଇଥିବା ସୂଚନା ମିଳିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାଣ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି   ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Leave a Reply

Your email address will not be published. Required fields are marked *