ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ
କୋଲରାଡୋ, (ଓଡିଶା ଟାଇମ୍) : ଆମେରିକାର କୋଲରାଡୋ ସ୍ଥିତ ବୋଲ୍ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି।