ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ଦିନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭାରେ ଉଠିଲା ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି । ପୂର୍ବରୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏତଲାରେ ଆଇନ ମନ୍ତ୍ରୀଙ୍କ ନାଁ ୧୩ତମ ମୁଦଲାରେ ଅଛି । ତେଣୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ପଦରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରନ୍ତୁ ଏବଂ ଗୃହରେ ବିବୃତ୍ତି ରଖିବାକୁ ବଜେପି ଦାବି କରିଛି । ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ସମୟରେ ଅଭିଯୋଗ ଆସିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କୃତ କରାଯାଇଥିଲା । ଏବେ ପ୍ରତାପଙ୍କ କ୍ଷେତ୍ରରେ ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛି ବଜେପି ।

Leave a Reply

Your email address will not be published. Required fields are marked *