ଶିକ୍ଷାବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ୍, ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍) :ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ପାଇଁ ହେବ ରିଭିଜନ୍ କ୍ଲାସ୍ । ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ପ୍ରଥମରୁ ଅଷ୍ଟମ କ୍ଲାସର ବିଷୟବସ୍ତୁ ରିଭିଜନ୍ କରାଯିବ । ପ୍ରଥମ ଦୁଇରୁ ତିନି ମାସ ରିଭିଜନ୍ କ୍ଲାସ୍ କରାଯିବ । ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ସମୟରେ ଅନଲାଇନ୍ ମାଧ୍ୟମରେ ପିଲାଙ୍କ ପାଠପଢା ଚାଲିଥିଲା । ତେଣୁ ଏହି ରିଭିଜନ୍ କ୍ଲାସ୍ ଦ୍ବାରା ଛାତ୍ରଛାତ୍ରୀମାନେ ସହଜରେ ବୁଝିପାରିବେ ବୋଲି ମନ୍ତ୍ରୀ ମତ ଦେଇଛନ୍ତି ।











