ବାସଭବନରୁ ଠାବ ହେଲା ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସାଂସଦଙ୍କ ଝୁଲନ୍ତା ମୃତଦେହ ଠାବ । ଦିଲ୍ଲୀ ସ୍ଥିତ ବାସଭବନରୁ ଠାବ ହେଲା ସାଂସଦଙ୍କ ମୃତଦେହ ।  ହିମାଚଳ ମଣ୍ଡିରୁ ବିଜେପି ସାଂସଦର ରାମ ସ୍ୱରୁପ ଶର୍ମାଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସାଂସଦ ରାମସ୍ୱରୁପ ଶର୍ମା ନିଜ ରୁମ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବିଜେପି ସାଂସଦ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ମେଡିକାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ସୁଇସାଇଡ଼୍‌ ନୋଟ ଘଟଣାସ୍ଥଳରୁ ମିଳିନଥିବା ସୂଚନା ମିଳିଛି ।

ତେବେ ସାଂସଦଙ୍କ ମୃତ୍ୟୁ ପରେ ବିଜେପିର ସଂସଦୀୟ ଦଳ ବୈଠକ ବାତିଲ ହୋଇଥିବାର ସୂଚନା ରହିଛି । ସେପଟେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାମସ୍ୱରୁପଙ୍କ ମୃତ୍ୟୁ ଖବର ପାଇଷ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *