ଝାରସୁଗୁଡାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ

ଝାରସୁଗୁଡ଼ା, (ଓଡିଶା ଟାଇମ୍) : ଝାରସୁଗୁଡାରେ ଖୋଲିଲା ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ । ଜିଲ୍ଲାପାଳ ଅଫିସର ଦ୍ବିତୀୟ ମହଲାରେ ଗୋଟିଏ କୋଠରୀକୁ କରାଗଲା ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ । ମଙ୍ଗଳବାର ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଏହି କାର୍ଯ୍ୟାଳୟର ଉଦଘାଟନ କରି ଜିଲ୍ଲା ଯୋଜନା ନିର୍ଦ୍ଦେଶକଙ୍କୁ ଏହି କାର୍ଯ୍ୟାଳୟର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିବା ସୂଚନା ଦେଇ ଖୁବଶୀଘ୍ର ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସମେତ ଆଠମଲ୍ଲିକ ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ବିକାଶ ପରିଷଦର କର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ । ଫଳରେ ମଙ୍ଗଳବାର ଝାରସୁଗୁଡାରେ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଆରମ୍ଭ ହୋଇଥିବାରୁ ଯୋଜନାର ସଫଳ ରୁପାୟନ ସାଙ୍ଗକୁ ତ୍ବରିତ ପ୍ରକ୍ରିୟାରେ ଉନ୍ନୟନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *