ଆସନ୍ତା ୨୨ରେ ପୁରୀ ଆସିବେ ରାଷ୍ଟ୍ରପତି
ପୁରୀ, (ଓଡିଶା ଟାଇମ୍) :୨୧ରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତ ଅବସରରେ ଆସନ୍ତା ୨୨ ରେ ପୁରୀ ଗସ୍ତରେ ମଧ୍ୟ ଆସିବେ ରାଷ୍ଟ୍ରପତି। ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଗସ୍ତର କାର୍ଯ୍ୟକ୍ରମ ରହିଛି ।
ତେବେ ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ସର୍କିଟ ହାଉସରେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଏଏସଆଇ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କୋଣାର୍କ ଏନ ଏସି ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।











