କଟକ SCB ମେଡିକାଲରେ ଅଗ୍ନିକାଣ୍ଡ
କଟକ, (ଓଡିଶା ଟାଇମ୍) : ଏସସିବି ମେଡିକାଲରେ ଲାଗିଛି ନିଆଁ। କଟକ SCB ଆଞ୍ଚଳିକ ସିଟି ସ୍କାନ୍ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ ହୋଇଛି।
ତେବେ ଗତକାଲି କଟକ ଶିଶୁଭବନରେ ନିଆଁ ଲାଗିଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍କ୍ଷଣାତ୍ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍ ତାର ଜଳିଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଥିଲା।











