ଆଜି ବସିବ କ୍ୱାଡ୍ ବୈଠକ, ଏକାଠି ହେବେ ୪ ରାଷ୍ଟ୍ରମୁଖ୍ୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଟାର୍ଗେଟରେ ଚୀନ୍ । ଆଜି ବସିବ କ୍ବାଡ ବୈଠକ, ଏକାଠି ହେବେ ୪ ରାଷ୍ଟ୍ରମୁଖ୍ୟ। ଭର୍ଚ୍ୟୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବ ଏହି ବୈଠକ । ହିନ୍ଦ୍-ପ୍ରଶାନ୍ତ ମହାସାଗରରେ ସହଯୋଗ ବଢାଇବା ନେଇ ହେବ ଆଲୋଚନା ।
ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇଥିବା କ୍ବାଡ୍ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପୁଣି ଆରମ୍ଭ ହେବ। ଗୋଟିଏ ଫୋରମରେ ଆଜି ଏକାଠି ହେବେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟ। କ୍ବାଡ୍ ବୈଠକ ବିଶ୍ବର ଏହି ୪ ମହାଶକ୍ତିଙ୍କୁ ଆହୁରି ନିକଟତର କରିବ । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିନ୍ଦେ ସୁଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହି ବୈଠକରେ ଯେଉଁ ସବୁ ପ୍ରସଙ୍ଗ ଉଠିବାର ଅଛି ସେ ମଧ୍ୟରେ ରହିଛି ଆଞ୍ଚଳିକ ସହଯୋଗ, ଜଳବାୟୁ ପରିବର୍ତ୍ତନ।
ସେପଟେ ଚୀନ କହିଛି ଏମାନେ ଆଞ୍ଚଳିକ ହିତ ଉଦ୍ଦେଶ୍ୟରେ କଥା ହେବେ ବୋଲି ଆଶା କରୁଛୁ। ବୁଲେଇ ବଙ୍କେଇ ଚୀନ କହିବାକୁ ଚାହୁଁଛି ଯେ ମୋ ବିରୋଧରେ କୌଣସି ମେଣ୍ଟ କରନି। ଭିଡିଓ କନଫରେନ୍ସିଂର ହେବାକୁ ଥିବା ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ କି ପ୍ରସଙ୍ଗ ଉଠାଇବେ ତାହା ଉପରେ ରହିବ ନଜର।











