ଶିମିଳିପାଳରେ କେନ୍ଦ୍ରୀୟ ଟିମ୍ : ପରଖିଲେ ସ୍ଥିତି

କରଞ୍ଜିଆ, (ଓଡିଶା ଟାଇମ୍) : ଶିମିଳିପାଳ ବନାଗ୍ନିର କାରଣ ଖୋଜିବା ସହ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବା ଲାଗି ମୟୁରଭଞ୍ଜ ଜିଲ୍ଲା ଯଶୀପୁରରେ ପହଞ୍ଚିଲେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ । ସବୁଠାରୁ ବଡକଥା ହେଲା ଗତ ୧୦ ଦିନ ଧରି ଅଗ୍ନିଶମ, ବନ ବିଭାଗ ଓ ପୋଲିସ ବଳର ମିଳିତ ଉଦ୍ୟମ ସତ୍ତ୍ବେ ନିଆଁ ଉପରେ ଆୟତ୍ତ ମିଳିପାରି ନଥିବା ବେଳେ ବୁଧବାର ଅପରାହ୍ନରୁ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ପରେ ସମସ୍ତଙ୍କୁ ଆସ୍ବସ୍ତି ମିଳିଛି । ଏହା ସତ୍ତ୍ବେ କାଳେ ଆଉ କେଉଁଠି ନିଆଁ ରହିଯାଇ ପରେ ପୁଣି ତାହା ଯେପରି ବଢି ନଯିବ ସେଥିଲାଗି ବନ ବିଭାଗ ପକ୍ଷରୁ ଦିନ ରାତି ଲଗାତର ଭାବରେ ପାଟ୍ରୋଲିଂ କରାଯାଉଛି ।

କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ଶିମିଳିପାଳ କର୍ତ୍ତୃପକ୍ଷମାନଙ୍କ ସହତ ଶୁକ୍ରବାର ଦିନ ୧୧ଟାରେ ନିଆଁ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ  ଗୁରୁବାର ରାତିରେ ହିଁ କେନ୍ଦ୍ରୀୟ ଟିମ୍ ଏସଟିଆରର ବାରହାକାମୁଡା ଓ ଗୁଡୁଗୁଡିଆ ରେଞ୍ଜରେ ପହଞ୍ଚି ରାତ୍ରିକାଳୀନ ସ୍ଥିତିକୁ ପରଖିଛନ୍ତି ।

ଶୁକ୍ରବାର କୋର୍ ଏରିଆରେ ରହୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ନିଆଁ କିପରି ଲାଗିଲା  ତଦନ୍ତ କରିବେ । କେନ୍ଦ୍ରରୁ ଆସିଥିବା ଏହି ଟିମ୍ ସହ ଶିମିଳିପାଳ କର୍ତ୍ତୃପକ୍ଷର ବହୁ ଉଚ୍ଚ ଅଧିକାରୀ ରହିବା ସହିତ  ଶିମିଳିପାଳ କୋର ଏବଂ  ବୋଫର ଅଞ୍ଚଳ ବୁଲି  ଅଭୟାରଣ୍ୟର କଣ କ୍ଷତି ଘଟିଛି ସେ ନେଇ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେବେ ।

Leave a Reply

Your email address will not be published. Required fields are marked *