ଅପରେସନ୍ ଅଲଆଉଟ୍, ସେନା ଗୁଳିରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର, (ଓଡିଶା ଟାଇମ୍) :ଅପରେସନ୍ ଅଲଆଉଟ୍ । ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କାବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗୁଳିବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ଅନୁଯାୟୀ, ଅନନ୍ତନାଗର କାନ୍ଦିପୋରା ଅଞ୍ଚଳରେ କିଛି ଆତଙ୍କାବାଦୀ ଲୁଚିରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଖବର ମିଳିବା ପରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ଚାରିପଟୁ ସେନାବାହିନୀ ଘେରିବା ଦେଖି ଆତଙ୍କାବାଦୀଙ୍କ ପକ୍ଷରୁ ଗୁଳିଚାଳନା ଆରମ୍ଭ ହୋଇଥିଲା । ଏହାର ଦୃଢ ଜବାବ ଦେଇଥିଲେ ଭାପତୀୟ ସେନା ।
ବହୁ ସମୟ ଧରି ସେନା-ଆତଙ୍କାବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସେନା ଗୁଳିରେ ୨ଜଣ ଆତଙ୍କାବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଏବେବି କିଛି ଆତଙ୍କାବାଦୀ ଲୁଚିରହିଥିବାର ସୂଚନା ରହିଛି । ପୁରା ଅଞ୍ଚଳକୁ ସେନା ପକ୍ଷରୁ ବ୍ୟାରିକେଡ଼ କରାଯାଇଛି । ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନାମ ଆଦିଲ ଅହମ୍ମଦ ଓ ଜାହିର ଅମିନ ରାଥର ବୋଲି ଜଣାପଡିଛି ।











