୧୫ ଓ ୧୬ରେ ବ୍ୟାଙ୍କ ଧର୍ମଘଟ ଆହ୍ବାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଗତ ତିନି ଦଶନ୍ଧି ହେବ ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର ଆଣିବା ନାଁରେ ସମସ୍ତ ସରକାରୀ ବ୍ୟାଙ୍କକୁ ଘରୋଇକରଣ କରାଯିବା ନିଷ୍ପତ୍ତି ବିରୋଧରେ ୟୁନାଇଟେଡ ଫୋରମ୍‌ ଅଫ ବ୍ୟାଙ୍କ ୟୁନିଅନ ପକ୍ଷରୁ ବୁଧବାର ଗାନ୍ଧୀମାର୍ଗରେ ଜନ ଆନ୍ଦୋଳନ ହୋଇଥିଲା।

ଦେଶର ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି‌‌ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ବିପୁଳ ପରିମାଣର ଋଣ ନେଇ ପରିଶୋଧ କରୁ ନ ଥିବା କର୍ପୋରେଟଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି। ବିଡ଼ମ୍ବନା ବିଷୟ ଯେ ସରକାର ଅଧିକ କର୍ମନିଯୁକ୍ତି କଥା କହୁଥିବା ବେଳେ ଘରୋଇକରଣ ଦ୍ବାରା ସ୍ଥାୟୀ ନିଯୁକ୍ତି ହ୍ରାସ କରିବା, ବ୍ୟାଙ୍କରେ ବ୍ୟାପକ ଠିକା କରଣ କରାଯାଉଛି।

ଏହାଦ୍ବାରା ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ, ପୂର୍ବତନ ସୈନିକ, ଦିବ୍ୟାଙ୍ଗଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କର୍ମଚାରୀମାନେ ପଦନ୍ନୋତିରୁ ବଞ୍ଚିତ ହେବେ ବୋଲି ସଂଘର ଆବାହକ ରଘୁନାଥ ପ୍ରସାଦ ଦାସ ଭାଷଣ ଦେଇଥିଲେ। ବୁଧବାର ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନଙ୍କର ସମସ୍ତ ସଙ୍ଗଠନକୁ ନେଇ ଗଠିତ ମିଳିତ ୟୁନାଇଟେଡ ଫୋରମ୍‌ ଅଫ ବ୍ୟାଙ୍କ ୟୁନିଅନ ୧୪ ଫେବୃଆରୀରୁ ପ୍ରଥମ ଦଫାର ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହି କ୍ରମରେ ଫେବୃୟାରୀ ୨୧ ତାରିଖରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଜିଲା ସଦର ମହକୁମାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବେ। ୧୫ ଓ ୧୬ ମାର୍ଚ୍ଚରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆହ୍ବାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *