ଆଜି ମହା ଶିବରାତ୍ରୀ : ଚଳଚଞ୍ଚଳ ଶୈବପୀଠ
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ମହା ଶିବରାତ୍ରୀ। ଚଳଚଞ୍ଚଳ ଶୈବପୀଠ । ତେବେ କୋଭିଡ କଟକଣା ଭିତରେ ରାଜ୍ୟରେ ଶିବ ମନ୍ଦିରରେ ଜାଗର ପାଳନ ପାଇଁ ରାଜ୍ୟ ସରକାର ଏସ.ଓ.ପି ଜାରି କରିଛନ୍ତି। ଚଳିତବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରୁଖୁରୁରେ ଜାଗର ଯାତ୍ରା ହେବା ସହ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବ ବୋଲି ଜିଲ୍ଲାପାଳ କହିଛନ୍ତି ।
କୋଭିଡ କଟକଣା ମଧ୍ୟରେ ମନ୍ଦିର ଭିତରେ ଦୀପ ଜାଳିବେ ଭକ୍ତ । ସେହିପରି ରାଜ୍ୟର ଅନ୍ୟ ପ୍ରମୁଖ ଶୈବ ପୀଠ ପୁରୀର ଲୋକନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଭଦ୍ରକର ଆଖଣ୍ଡଳମଣି ମନ୍ଦିର , କଟକର ଧବଳେଶ୍ବର ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଜାଗର ପାଳନ କରାଯିବ। । ଶ୍ରୀଲୋକନାଥଙ୍କ ମହାଦୀପ ଭୋର ୪ଟାରେ ଉଠିବ । ଏଥିସହିତ ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା ହୋଇଛି। କପିଳାସ ପୀଠରେ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଙ୍କୁ ପ୍ରବେଶ ବାରଣ କରାଯାଇଛି । ସେହିପରି ପ୍ରମୁଖ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଯାଇଛି।











