ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ବଡ଼ ସମ୍ମାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ସନ୍ଧ୍ୟା ୭ଟା ସମୟରେ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କରିବା ସହିତ ଅଭିଭାଷଣ ପ୍ରଦାନ କରିବେ। କେମ୍ବ୍ରିଜ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବିଷୟରେ ପିଏମ୍ ଅଭିଭାଷଣ ରଖିବେ। ଏନର୍ଜି ବା ଶକ୍ତି ଏବଂ ପରିବେଶରେ ସ୍ଥିରତା ପାଇଁ ପ୍ରତିବଦ୍ଧତା ପାଇଁ ପିଏମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ସମ୍ପୂର୍ଣ୍ଣ ଭର୍ଚୁଆଲ୍ ଜରିଆରେ ହେଉଛି।

CERA ସପ୍ତାହ ୧୯୮୩ରେ ଡଃ ଡାନିଏଲ୍ ୟର୍ଗିନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୧୯୮୩ରୁ ପ୍ରତିବର୍ଷ ମାର୍ଚ୍ଚରେ ଏହା ହଷ୍ଟନରେ ଆୟୋଜିତ ହୋଇଆସୁଛି ଏବଂ ଏହା ବିଶ୍ଵର ଏକ ସମ୍ମାନଜନକ ବାର୍ଷିକ ଶକ୍ତି ପ୍ଲାଟଫର୍ମ ଭାବରେ ଗଣା ଯାଉଛି । CERA ସପ୍ତାହ ୨୦୨୧କୁ ମାର୍ଚ୍ଚ ୦୧ ରୁ ୦୫ ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଉଛି ।

ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଦୂତ ଜନ୍ କେରି, ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ-ସଭାପତି ତଥା ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ସାଉଦି ଆରାମକୋ ସିଇଓ ଅମିନ ନାସିର ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ଆୟୋଜକ, ଆଇଏଚ୍ଏସ୍ ମାର୍କେଟ୍ ଉପାଧ୍ୟକ୍ଷ ତଥା ସମ୍ମିଳନୀର ଚେୟାରମ୍ୟାନ୍ ଡାନିଏଲ୍ ୟର୍ଗିନ୍ କହିଛନ୍ତି ଯେ ଦେଶର ତଥା ବିଶ୍ଵର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ନିରନ୍ତର ଭାବରେ ନେତୃତ୍ୱ ନେଉଛି। ଏହି ନିରନ୍ତର ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

Leave a Reply

Your email address will not be published. Required fields are marked *