କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର, (ଓଡିଶା ଟାଇମ୍) :କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଯନ୍ତ୍ରୀ ନାଗେଶ୍ୱର ସେନାପତିଙ୍କ ବାସଭବନ ସମେତ ୬ ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

ନାବେଶ୍ୱର ଗଜପତି ଜିଲ୍ଲା ରାୟଗଡା ବ୍ଳକ୍ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ପାରଳାଖେମୁଣ୍ଡି ଜଗନ୍ନାଥ ବିହାର,  କାଶୀନଗର ଅନ୍ତର୍ଗତ ମିନିଗାଆଁ ଠାରେ ଥିବା ଇଟା ୟୁନିଟ୍,  ବ୍ରହ୍ମପୁରର ସଂପର୍କୀୟ ରାମଚନ୍ଦ୍ର ପାତ୍ରଙ୍କ ଘର, ଶେରଗଚ ବ୍ଳକ୍ ଅନ୍ତର୍ଗତ କୁଲାଗଡ, ରାୟଗଡ ସରକାରୀ କାର୍ଯ୍ୟାଳୟ,  ସରକାରୀ ବାସଭବନ ସମେତ ଏକକାଳୀନ ୬ ଟି ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *