ବସ୍‌ରେ ଥିଲେ ୪୦ ଯାତ୍ରୀ, ହଠାତ୍ ଓଲଟି ପଡ଼ିଲା

ମହାକାଳପଡ଼ା, (ଓଡିଶା ଟାଇମ୍) :ଓଲଟିଲା ବସ୍‍ । ୩ ଗୁରୁତର । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୬ ଯାତ୍ରୀ । ଏପରି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ।

ସୂଚନାନୁସାରେ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିଲା । କିନ୍ତୁ କୁମାରୁଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଥିବା ୪୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ୍ ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ତେବେ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *