ବିଧାନସଭାରେ ବିବୃତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆନ୍ଦୋଳନରତ ଏଏନ୍‌ଏମ୍‌ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ରାଜ୍ୟରେ ୧୦୯୯  ଖାଲି ଥିବା ଏଏନ୍‌ଏମ୍‌ ପଦବୀରେ ନିଯୁକ୍ତ ଦିଆଯିବ। ଯୋଗ୍ୟତାଭିତ୍ତିରେ ଏହି ନିଯୁକ୍ତ ଦିଆଯିବ। କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। କୋଭିଡ୍‌ ସମୟରେ ଏଏନ୍‌ଏମ୍‌ଙ୍କୁ ସର୍ତ୍ତ ମୂଳକ ନିଯୁକ୍ତି ଦିଆଯାଇଥିଲା। ୧୦୯୯  ଖାଲି ପଡିଥିବା ପଦବୀ​‌ରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି।

ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୀର୍ଘଦିନ ହେଲା ମଣ୍ଡିରେ ଧାନ ପଡି ରହିଛି। ତୁରନ୍ତ ଧାନ ଉଠାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିରୋଧୀ ଦଳର ବିଧାୟକ ସୁବା​‌ଷ ପାଣିଗ୍ରାହୀ। ଏ ପ୍ରସ୍ତାବରେ ସରକାର ରାଜି ନହେଲେ, ଗୃହରେ ଆତ୍ମହତ୍ୟା କରିବେ ବୋଲି ସୁବାଷ ପାଣିଗ୍ରାହୀ ଧମକ ଦେଇଛନ୍ତି। ସେହିପରି କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି।

Leave a Reply

Your email address will not be published.