ବିଦ୍ୟାଳୟରେ କଡାକଡି ପାଳନ ହେବ କୋଭିଡ ନିୟମାବଳୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ପୁଣି ବିଭିନ୍ନ ରାଜ୍ୟରେ ଲକଡାଉନ ଫେରିଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଖୋଲଯାଇ ସାରିଥିବାରୁ କରୋନା ସଂକ୍ରମଣ ବୃଦ୍ଧି ନପାଇବାକୁ କଟକଣା କଡାକଡି ଭାବେ ପାଳନ କରିବାକୁ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି।
ଏସଆରସି ଜାରି କରିଥିବା ଗାଇଡଲାଇନ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟମାନଙ୍କରେ ସାନିଟେସନ କାର୍ଯ୍ୟ କରାଇବା,କୋଭିଡ -୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବାଧ୍ୟତାମୂଳକ, ଥର୍ମାଲ ସ୍କ୍ରିନିଂ ହ୍ୟାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସେହିପରି ପାଠ ପଢା ବ୍ୟତୀତ ସ୍କୁଲରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। କଟକଣା ନ ମାନିଲେ ଗାଇଡଲାଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି।