ରାଜ୍ୟରେ କଡାକଡି ହେବ କୋଭିଡ୍‌ ଗାଇଡ୍‌ ଲାଇନ୍: ସ୍ବତନ୍ତ୍ର ରିଲିଫ୍ କମିଶନର

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କୋଭିଡ୍ ହେବ କୋଭିଡ୍‌ ଗାଇଡ୍ ଲାଇନ୍‌। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌର କମିଶନର ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା। ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ବ୍ୟାପିଗଲାଣି।

ଏପରି କି ମହାରାଷ୍ଟ୍ର ସମେତ ଅନ୍ୟ କେତକ ରାଜ୍ୟକୁ ମଧ୍ୟ ଲକ୍‌ଡାଉନ୍‌ ଫେରିଛି। ଏ ନେଇ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍‌ କଡାକଡି ପାଳନ ​‌ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବଭଳି ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ଏପରି କି କୋଭିଡ୍‌ ଗାଇଡ୍‌ ଲାଇନ୍ କଡାକଡି ପାଳନ ହେବ ବୋଲି ଏସ୍‌ଆର୍‌ସି ନିର୍ଦ୍ଦେଶ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *