ଭାରତ-ଚୀନ୍ ୧୦ମ କମାଣ୍ଡର୍ ସ୍ତରୀୟ ଆଲୋଚନା, ସୈନ୍ୟ ପ୍ରତ୍ୟାହାର ନେଇ ନିଷ୍ପତ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ଲାଗି ରହିଥିବା ବିବାଦକୁ ନେଇ ୧୦ମ ଥର ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନା ପାଖାପାଖି ୧୨ ଘଣ୍ଟା ହୋଇଥିବା ଜଣାପଡ଼ିଛି । ଏହି ବୈଠକ ଶନିବାର ସକାଳ ୧୦ଟା ସମୟରୁ ଆରମ୍ଭ ହୋଇଥିଲା । ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ପୂର୍ବ ଲଦାଖର ହର୍ଟ ସ୍ପ୍ରିଙ୍ଗ୍, ଗୋଗ୍ରା ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର କରିବା ବୃଦ୍ଧି କରାଯିବା ପାଇଁ ଆଲୋଚନା ହୋଇଥିଲା । ପଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ଭାରତୀୟ ଏବଂ ଚୀନ୍ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ପ୍ରକ୍ରିୟାର ଦୁଇ ଦିନ ପରେ କର୍ପସ କମାଣ୍ଡର ସ୍ତରର ଦଶମ ରାଉଣ୍ଡ ଆଲୋଚନା ହୋଇଥିଲା।
ଆଧିକାରୀକ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ବୈଠକ ୧୦ଟା ସମୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଚୀନ୍ର ମୋଲ୍ଦା ସୀମା ବିନ୍ଦୁ କ୍ଷେତ୍ରରେ ଆରମ୍ଭ ହୋଇଥିଲା । ସେମାନେ ଏନେଇ ଭାରତ ପଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ଅଭିଯାନ ଜୋରରେ ଚଳାଇଥିବା କହିଛନ୍ତି । ବୁଝାମଣା ପରେ ଦୁଇ ପକ୍ଷ ଉକ୍ତ ସ୍ଥାନରୁ ପ୍ରତିରକ୍ଷା ସାମଗ୍ରୀ ହଟାଇବା ସହିତ ନିର୍ମାଣ ହୋଇଥିବା ବଙ୍କର୍କୁ ମଧ୍ୟ ହଟାଇ ଦେଇଥିବା ଏଥିରେ ଆଲୋଚନା ହୋଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫେବୃଆରୀ ୧୧ରେ ସଂସଦରେ ଏକ ବିବୃତ୍ତି ଦେଇ କହିଥିଲେ ଯେ, ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ଚୁକ୍ତିନାମା ଅନୁଯାୟୀ ଚୀନ୍ ତାର ସୈନ୍ୟ ହଟାଇବ ଏବଂ ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଫିଙ୍ଗର ଆଠ ଅଞ୍ଚଳର ପୂର୍ବ ପାର୍ଶ୍ୱକୁ ଯିବ ।