ଆଜି ୪ ଘଣ୍ଟିଆ ରେଳରୋକ କରିବେ କୃଷକ ସଙ୍ଗଠନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନୂତନ କୃଷି ଆଇନକୁ ବିରୋଧ କରି ଆଜି ଦେଶବ୍ୟାପୀ ରେଳରୋକ କରିବେ ଚାଷୀ। ମିଳିତ କୃଷକ ସଂଗଠନ ଗୁରୁବାର ସାରା ଦେଶରେ ରେଳରୋକ୍ କରିବ ବୋଲି ଡାକରା ଦେଇଛି ।
ସାରା ଭାରତରେ ୪ଘଣ୍ଟା ପାଇଁ ରେଳ ରୋକ୍ କରିବେ ଆନ୍ଦୋଳନରତ ଚାଷୀ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଦେଶର ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରିବ କୃଷକ ସଂଗଠନ। ତେବେ ଚାଷୀଙ୍କ ରେଳ ରୋକ ଡ଼ାକରାକୁ ଆଖି ଆଗରେ ରଖି ଭାରତୀୟ ରେଳ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ୨୦ଅତିରିକ୍ତ କମ୍ପାନିର ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ ବା ଆରପିଏସଏଫକୁ ନିଯୋଜିତ କରାଯିବ।
ବିଶେଷ କରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ବ ଦିଆଯିବ। ଗତ ସପ୍ତାହରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ମିଳିତ କୃଷକ ସଂଗଠନ ଫେବ୍ରୁଆରି ୧୮ରେ ରେଳ ରୋକ କରାଯିବା ନେଇ ଘୋଷଣା କରିଥିଲା।