ଦେଶରେ ସୁସ୍ଥ ହେଲେ ୧୧ ହଜାର ୧୦୬ କରୋନା ଆକ୍ରାନ୍ତ, ୨୪ ଘଣ୍ଟାରେ ୯୨ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୧୯୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୯ ଲକ୍ଷ ୪ ହଜାର ୯୪୦ରେ ପହଂଚିଛି। ସେହିପରି ୧୧ ହଜାର ୧୦୬ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୬ ଲକ୍ଷ ୧୧ ହଜାର ୭୩୧ ଓ ଆରୋଗ୍ୟ ହାର ୯୭.୩୧%ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୯୯୬ ବୃଦ୍ଧି ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୯୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୬୪୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ କାଲି ଗୋଟିଏ ଦିନରେ ୬ ଲକ୍ଷ ୯୭ ହଜାର ୧୧୪ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ୨୦ କୋଟି ୬୨ ଲକ୍ଷ ୩୦ ହଜାର ୫୧୨ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *